ଟୋନୀ ଆଲାମୋଙ୍କ ସାକ୍ଷ୍ୟ
ଶୁଷ୍କ ଅସ୍ଥି

ଲେଖକ
ଟୋନୀ ଆଲାମୋ

ପୁରାତନ ନିୟମର ଭାବବାଦୀ , ଯିହିଜିକଲ , ସଦାପ୍ରଭୁଙ୍କଠାରୁ ଏକ ଦିବ୍ୟଦର୍ଶନ ପାଇଲେ | ସେ ଏକ ଶୁଷ୍କ ଅସ୍ଥିର ଉପତ୍ୟକା ଦେଖିଲେ , ଯାହା ଇସ୍ରାଏଲ ଓ ବିଶ୍ୱ ଲୋକମାନଙ୍କ ଆତ୍ମାର ମୃତତୁଲ୍ୟ ଅବସ୍ଥାର ପ୍ରତୀକ ଥିଲା | ଏହି ଦିବ୍ୟଦର୍ଶନ , ଖ୍ରୀଷ୍ଟଙ୍କର ପ୍ରଥମ ଆଗମନ , ତାଙ୍କର ସୁସମାଚାର ପ୍ରଚାର ଓ “ ସଦାପ୍ରଭୁଙ୍କ ବାକ୍ୟ ” ୧ ଉପରେ ଆସ୍ଥା ରଖିଥିବା ଲୋକମାନଙ୍କର ଅନନ୍ତ ଜୀବନକୁ ମୃତ୍ୟୁରୁ ପ୍ରଥମ ପୁନରୁଦ୍ଧାର ବିଷୟରେ ଭବିଷ୍ୟତବାକ୍ୟ କହୁଥିଲା |
ସଦାପ୍ରଭୁ , ଯିହିଜିକଲଙ୍କୁ କହିଲେ , “ ହେ ମନୁଷ୍ୟସନ୍ତାନ , ଏହି ସକଳ ଅସ୍ଥି କି ସଜୀବ ହୋଇପାରେ ?  ( ଯେଉଁମାନଙ୍କର ଆତ୍ମା ମୃତତୁଲ୍ୟ , ସେମାନଙ୍କର ଆତ୍ମା ଜାଗୃତ ହୋଇପାରିବ କି ?)  ଯିହିଜିକଲ ଉତ୍ତର ଦେଲେ ,

“ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି|”୨ ଭାବବାଦୀଙ୍କୁ ସଦାପ୍ରଭୁ ପୁଣି କହିଲେ, “ତୁମ୍ଭେ ଏହି ସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟଦ୍ ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ହେ ଶୁଷ୍କ ଅସ୍ଥିସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ |  ପ୍ରଭୁ ସଦାପ୍ରଭୁ ଏହି ସକଳ ଅସ୍ଥିକୁ ଏହି କଥା କୁହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ |” ୩

ଇସ୍ରାଏଲ ଜାଣିଥିଲା , ତାହା ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛି |୪  ଆଜି ଦିନରେ ସେମାନେ ଆଶାହୀନ ଭାବେ ବିଭକ୍ତ ହୋଇଅଛନ୍ତି |  କିନ୍ତୁ ସଦାପ୍ରଭୁ, ଯିହିଜିକଲଙ୍କୁ କହିଲେ ଯେ, ସେ, ପ୍ରଥମ ଇସ୍ରାଏଲ ତୁଳନାରେ, ଯାହା ପାପ କରିବା ତ୍ୟାଗ କରୁନାହିଁ,  ଆଉଏକ ବିଶାଳ ରାଷ୍ଟ୍ରର ନିର୍ମାଣ କରାଇବେ |  ଦ୍ୱିତୀୟ ଇସ୍ରାଏଲରେ ବିଶ୍ୱର ନାନାଦେଶୀୟ ଲୋକ ରହିବେ |୫ ତାହା ଅଳ୍ପ ଯିହୂଦୀ ଓ ଅନେକ ଅଣଯିହୂଦୀମାନଙ୍କର ରାଷ୍ଟ୍ର ହେବ, ଯେଉଁମାନେ ଯୀଶୁଙ୍କଠାରେ ନିଜ ପ୍ରତ୍ୟୟ ‍ସ୍ଥାପନା କାରଣରୁ ଏକବଦ୍ଧ ହେବେ |୬ ଏହା ସେହି ଲୋକମାନଙ୍କର ମହାନ ଓ ପବିତ୍ର ରାଷ୍ଟ୍ର ହେବ, ଯେଉଁମାନଙ୍କର ଆତ୍ମା ପାପ କାରଣରୁ ହୋଇଥିବା ନିଜର ମୃତତୁଲ୍ୟ ଅବସ୍ଥାରୁ ଜାଗୃତ ହୋଇଛି |୭ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ କେବେବି ବିଦୋହ କରିବେ ନାହିଁ |  ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଶକ୍ତି ଦ୍ୱାରା ଏହା ପ୍ରଥମ ପୁନରୁତ୍ଥାନ ଥିଲା |୮

୧୯୬୪ ମସିହାରେ, ମୋର ପ୍ରଥମ ପୁନରୁତ୍ଥାନ ପୂର୍ବରୁ, ମୁଁ, ବର୍ନୀ ହୋଫମ୍ୟାନ୍ ଓରଫ ଟୋନୀ ଆଲାମୋ, ପାପ ଓ ନାସ୍ତିକ ତଥା ଈଶ୍ୱରଙ୍କ ପ୍ରତି କୌଣସି ପ୍ରକାରର ଜ୍ଞାନଠାରୁ ଦୂରରେ ଥିବା ଲୋକ ଭାବେ ଖ୍ୟାତ ଥିଲି |  ଈଶ୍ୱରଙ୍କ ଅସ୍ତିତ୍ୱ ଅଛି ବୋଲି ମୋର କୌଣସି ଧାରଣା ହିଁ ନଥିଲା |  ଈଶ୍ୱରଙ୍କ ବାକ୍ୟ ସର୍ବଥା ମୋ ପାଇଁ କାଳ୍ପନିକ ଥିଲା | ଲୋକମାନେ କିପରି ଈଶ୍ୱର କିମ୍ୱା ତାଙ୍କ ପୁତ୍ର ଉପରେ ବିଶ୍ୱାସ କରିପାରୁଛନ୍ତି, ତାହା ମୁଁ ବୁଝିପାରୁନଥିଲି |  ଈଶ୍ୱରଙ୍କ ଉପରେ ବିଶ୍ୱାସ କରୁଛି ବୋଲି କହୁଥିବା ଲୋକକୁ ମୁଁ ବିଶ୍ୱାସ କରିପାରୁନଥିଲି, କାରଣ ସେମାନେ ଶଠ ଥିଲେ |  ସେମାନେ, ମୋ ପରି କିମ୍ୱା ମୋଠାରୁ ଅଧିକ ପାପ  କରିଥିଲେ |  ମୁଁ ତାହା ଜାଣିଥିଲି, କାରଣ ମୁଁ, ସେମାନଙ୍କ ସହିତ ବୁଲାବୁଲି କରୁଥିଲି |  ଆମେ ସମସ୍ତେ ମୃତବତ୍ ଥିଲୁ, ଶୁଷ୍କ ଅସ୍ଥି ଥିଲୁ |  ଯେକେହିବି ମୋତେ ଖ୍ରୀଷ୍ଟଧର୍ମରେ ପରିବର୍ତ୍ତିତ କରିବାକୁ ଚେଷ୍ଟା କରୁଥିଲା, ମୁଁ କ୍ରୋଧିତ ହୋଇଯାଉଥିଲି, କାରଣ ମୋ ପାଇଁ ବାଇବଲ, ସମୟର ଅପଚୟ ଥିଲା |  ମୁଁ ଯେଉଁ ଜୀବନ ବଞ୍ଚୁଥିଲି, ତାହା ମୋତେ ଖେଳ କିମ୍ୱା ପରୀ କାହାଣୀ ପାଇଁ ସମୟ ଦେଉନଥିଲା |

ମାର୍କେଟିଙ୍ଗ୍ ଇଣ୍ଡଷ୍ଟ୍ରୀରେ ମୁଁ #୧ ଥିଲି |  ଅନେକ ବିଶ୍ୱ ପ୍ରସିଦ୍ଧ ଗାୟକ ଓ କଳାକାରମାନଙ୍କ କ୍ୟାରିଅର୍ କୁ ସଫଳ କରିବାରେ ମୋର ହାତ ଥିଲା ତଥା ଅନେକ ସୁଖ୍ୟାତ ଘରୋଇ ଉତ୍ପାଦର ସଫଳ ପ୍ରଚାର ମଧ୍ୟ ମୁଁ କରିଛି |  ସେହି ସମୟରେ ମୋର ସବୁଠାରୁ ବଡ଼ ଦୁଃସ୍ୱପ୍ନ ଥିଲା, ଖ୍ରୀଷ୍ଟ ଧର୍ମରେ ପରିବର୍ତ୍ତିତ ହେବା, ରାସ୍ତା କଡ଼ରେ ଠିଆହୋଇ ଯୀଶୁଙ୍କ ବିଷୟକ ସୁସମାଚାର ପୁସ୍ତିକା ବାଣ୍ଟିବା, କୌଣସି ଦୁସ୍ଥ ମିଶନ୍‌ରେ ରହି ସୁସମାଚାର ପ୍ରଚାର କରିବା, ଭୋକିଲା ଲୋକମାନଙ୍କୁ ଖୁଆଇବା ପାଇଁ ବ୍ୟବସ୍ଥା କରିବା |

ଷାଠିଏ ଦଶକର ମଧ୍ୟଭାଗରେ ଏହି ଜଗତ ମୋତେ ଭଲ ଦେଖାଗଲା ନାହିଁ |  ମୁଁ, ନିଶାଦ୍ରବ୍ୟ କିମ୍ୱା ଘୃଣ୍ୟ ମାନସିକତାର ଲୋକମାନଙ୍କୁ ପସନ୍ଦ କରୁନଥିଲି |  ହିପ୍ପୀ ଆନ୍ଦୋଳନକୁ ତଥା ସେମାନଙ୍କର ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ମୁଁ ସମ୍ପୂର୍ଣ୍ଣ ଭାବେ ନାପସନ୍ଦ କରୁଥିଲି| ମୁଁ ନିଜେବି କୌଣସି ସାଧୁ ନଥିଲି |  ଯେପର୍ଯ୍ୟନ୍ତ ପରିବାର ଓ ପିଲାମାନଙ୍କ ସାମ୍ନାରେ କରାନଯାଇଥାଏ, ସେପର୍ଯ୍ୟନ୍ତ ଲୋକମାନେ କ’ଣ ପାପ କଲେ, ସେଥିସହ ମୋର କୌଣସି ସମ୍ପର୍କ ନଥିଲା |  ମୋ ପାଇଁ ବିଶ୍ୱ ସମାପ୍ତ, ମୃତ, ଶୁଷ୍କ, ଘୃଣିତ ଓ ନିରସ ଥିଲା |୯ କୌଣସି ଜିନିଷର ଆଉ କିଛି ମୂଲ୍ୟ ନଥିଲା |  ମୋ ପରି ବିଶ୍ୱର ଅନ୍ୟ ଲୋକମାନେ ଏହାକୁ ଭଲ ଭାବରେ ଜାଣିଥିବେ ତଥା ଏହି ବାସ୍ତବିକତାଠାରୁ ନିଜକୁ ଦୂରେଇ ରଖିବା ପାଇଁ ନିଶାଦ୍ରବ୍ୟ ସେବନ କରୁଥିବେ ବୋଲି ମୋର ବିଶ୍ୱାସ ଥିଲା | ଗୀର୍ଜା(ମଣ୍ଡଳୀ)ଗୁଡ଼ିକ ଶଠତାରେ ଭରି ରହିଥିଲା; ଏହା ସମସ୍ତେ ଜାଣିଛନ୍ତି ବୋଲି ମଧ୍ୟ ଜଣାପଡୁଥିଲା |  ନିଜର ପାପରେ ସମଗ୍ର ବିଶ୍ୱ ମୃତବତ୍ ଥିଲା |୧୦ ବିଶ୍ୱ, ଯିହିଜିକଲ ଦେଖିଥିବା ପରି ଶୁଷ୍କ ଅସ୍ଥିର ଏକ ବିଶାଳ ଉପତ୍ୟକା ଥିଲା |୧୧

ଏକ ଅତ୍ୟନ୍ତ ଭୌତିକ ମାର୍ଗରେ, ବେଭେରୀ ହିଲ୍ସର ଅଫିସ୍‌ରେ ମୁଁ ଯୀଶୁଙ୍କ ସହିତ ସାକ୍ଷାତ କଲି|  କେହି ବୋଧହୁଏ କେବେବି କଳ୍ପନା କରିପାରିବେନି, ମୁଁ କେତେ ଭୟଭୀତ ତଥାପି କେତେ ଖୁସି ଥିଲି, ଯେତେବେଳେ ସଦାପ୍ରଭୁ ମୋତେ ପ୍ରମାଣିତ କଲେ ଯେ, ତାଙ୍କର ଓ ତାଙ୍କ ପୁତ୍ରଙ୍କର ପ୍ରକୃତରେ ଅସ୍ତିତ୍ୱ ଅଛି|  ତାଙ୍କର ପବିତ୍ର ଆତ୍ମାକୁ ଅନୁଭବ କରି ମୁଁ ଉତଫୁଲ୍ଲିତ ହୋଇଗଲି ଓ ତାଙ୍କର ଶକ୍ତିଶାଳୀ ସ୍ୱର, ମୋ ଶରୀରର ଶିରା-ପ୍ରଶିରାରେ ଖେଳିଗଲା |  ତାଙ୍କର ଉପସ୍ଥିତି ଗୌରବମୟ ଓ ଭବ୍ୟ ଥିଲା |  ତାଙ୍କ ଶକ୍ତି ମୋତେ ଜୋର୍ ରେ ଦାବୁଥିଲା, ଯେପରି ସ୍ୱୟଂ ଈଶ୍ୱରଙ୍କ ହାତ|  ଆଉ ତାଙ୍କ ଶବ୍ଦ ମୋତେ କହିଲା, “ନିଜ ପାଦରେ ଠିଆ ହୁଅ ଓ ଏହି ବଖରାରେ ଥିବା ଲୋକମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କୁହ  ଓ ଏହା ମଧ୍ୟ କୁହ ଯେ, ସେ ପୁଣି ଧରାଭୂମିକୁ ଆସୁଛନ୍ତି, ନଚେତ୍ ତୁମର ମୃତ୍ୟୁ ସୁନିଶ୍ଚିତ |”  ଯେତେବେଳେ ସଦାପ୍ରଭୁଙ୍କର ଆତ୍ମା ଅଫିସ୍ କୁ ଆସି ମୋ ଉପରେ ଚାପ ପକାଇଲା, ମୋତେ ତାଙ୍କର ଅକଥନୀୟ, ଅଦ୍ଭୁତ ସର୍ବଜ୍ଞାତାର ସଚେତନତା ପ୍ରାପ୍ତ ହେଲା |୧୨ ସେ ପ୍ରତ୍ୟେକ ଅଣୁ ଓ କଣିକାରେ ଥିଲେ |  ସେ ବାୟୁରେ ଥିଲେ |  ସେ, ଅତୀତର ସବୁକିଛି ଜାଣିଥିଲେ ଏବଂ ଭବିଷ୍ୟତରେ କ’ଣ ଘଟିବ ତାହା ମଧ୍ୟ ଜାଣିଥିଲେ |୧୩ ମୋତେ ଲଜ୍ଜା ଲାଗୁଥିଲା, କାରଣ ମୁଁ ଜାଣିଥିଲି ଯେ, ମୁଁ ଯାହାବି କିଛି କରିଛି ସେ ସମସ୍ତ ତାଙ୍କୁ ଜଣା |  ତାହାପରେ ସେ, ସ୍ୱର୍ଗ ଓ ନର୍କର ଅସ୍ତିତ୍ୱ ଅଛି ବୋଲି ଦେଖାଇଲେ |  ମୁଁ ଜାଣିଥିଲି ଯେ, ଯଦି ତାଙ୍କ କଥନକୁ ମୁଁ ପାଳନ ନକରୁଛି, ତେବେ ମୁଁ କେଉଁଠାକୁ ଯିବି...ଆଉ ତାହା ନିଶ୍ଚିତ ଭାବେ ସ୍ୱର୍ଗ ନୁହେଁ |

ଯଦିଓ ତାହା ମୋତେ ଭୟଭୀତ କରୁଥିଲା, ୧୪ ତଥାପି ଏହା ଜାଣି ଅତିଶୟ ଆନନ୍ଦ ଲାଗୁଥିଲା କି, ଈଶ୍ୱର ପ୍ରକୃତରେ ଅଛନ୍ତି ଓ ସେ ଜୀବିତ ଏବଂ ଭବିଷ୍ୟଦ୍ ବକ୍ତା ଓ ଯୀଶୁଙ୍କର ଶିଷ୍ୟମାନେ ଯାହାକିଛି ବି କହିଥିଲେ, ତାହା ସତ୍ୟ |  ସେ, ସେହି ଦିନଠାରୁ ଆଦୌ ବଦଳି ନଥିଲେ, ଯେବେଠାରୁ ସ୍ୱର୍ଗ, ମର୍ତ୍ତ୍ୟ ଓ ତାହା ଉପରେ ସମସ୍ତ ଜିନିଷର ନିର୍ମାଣ କରିଥିଲେ|୧୫ ମୁଁ ତୁରନ୍ତ ଜାଣିପାରିଲି ଯେ, ମୁଁ ସର୍ବଦା ତାଙ୍କୁ ଭୟ କରିବି, ତାଙ୍କର ଗୁଣଗାନ କରିବି, ତାଙ୍କୁ ସମ୍ମାନ ଦେବି, ତାଙ୍କୁ ପ୍ରେମ କରିବି ଓ ତାଙ୍କର ସେବା କରିବି |  ମୁଁ ଜାଣିଗଲି ଯେ, ମୁଁ ତାଙ୍କ ପାଇଁ ବଞ୍ଚିବି, ନିର୍ଯ୍ୟାତିତ ହେବି ଓ ତାଙ୍କ ପାଇଁ ମୃତ୍ୟୁବରଣ କରିବି ଏବଂ ସେସବୁ ମୁଁ ଅତ୍ୟନ୍ତ ଆନନ୍ଦର ସହ କରିବି |୧୬

ସେହି ଅଫିସ୍‌ରୁ ସଦାପ୍ରଭୁ ମୋତେ ମୁକ୍ତ କରିବା ପରେ ମୁଁ ତାଙ୍କୁ ପଚାରିଲି, “ମୁଁ କ’ଣ କରେ ବୋଲି ଆପଣ ଇଚ୍ଛା କରନ୍ତି?  ଆପଣ ଯାହା କହିବେ, ମୁଁ ତାହା ହିଁ କରିବି |”  ମୁଁ କୌଣସି ଉତ୍ତର ପାଇଲି ନାହିଁ, ତେଣୁ ମୁଁ ଅନୁମାନ କଲି, ସେ ଚାହୁଁଛନ୍ତି ମୁଁ ଗୀର୍ଜାକୁ ଯାଏ |  ମୁଁ ଅନୁମାନ କଲି ଯେ, ଯେତେ ବଡ଼ ସେତେ ଭଲ; ତେଣୁ ମୁଁ ସେଠାକୁ ଗଲି, ହେଲେ ତାଙ୍କୁ ପାଇଲି ନାହିଁ |  ତା’ପରେ ମୁଁ ଅନ୍ୟ ଗୀର୍ଜାକୁ ଗଲି, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ପାଇଲି ନାହିଁ |  ତା’ପରେ ମୁଁ, ଲମ୍ୱା ଦାଢ଼ି ଓ ଧାର୍ମିକ ବସ୍ତ୍ର ପରିଧାନ କରିଥିବା ବୁଦ୍ଧିମାନ ଓ ଈଶ୍ୱରୀୟ ସଦୃଶ ଦେଖାଯାଉଥିବା ଲୋକମାନଙ୍କର ଛବିଥିବା ପୁସ୍ତକମାନ ପଢ଼ିଲି, ହେଲେ ମୁଁ ଜାଣିଥିଲି ଯେ, ପୁସ୍ତକଗୁଡ଼ିକ ଭୁଲ୍ ଅଟେ, କାରଣ ସେଗୁଡ଼ିକରେ ଲେଖାଥିଲା କି, ସଦାପ୍ରଭୁଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ |୧୭  ଈଶ୍ୱର ଲୋକମାନଙ୍କୁ ଭୟଭୀତ କରନ୍ତି ନାହିଁ, ଆଉ ଆପଣ ପାପ କରିପାରିବେ, ଯେଉଁଥିପାଇଁ ନର୍କକୁ ଯିବେନାହିଁ |୧୮ ମୁଁ ସେହିପରି ଈଶ୍ୱରଙ୍କ ବିଷୟରେ ଚିନ୍ତିତ ନଥିଲି; ମୋତେ ଭୟଭୀତ କରାଇଥିବା ଈଶ୍ୱରଙ୍କୁ ଖୋଜିବା ବିଷୟରେ ମୁଁ ଚିନ୍ତିତ ଥିଲି |୧୯ ସେହି ଈଶ୍ୱର, ଯିଏ ମୋତେ ସ୍ୱର୍ଗ ଓ ନର୍କର ଦର୍ଶନ କରାଇଥିଲେ | ସେ ମୋତେ ଏପରି କିଛି କରିବାକୁ ପ୍ରବର୍ତ୍ତାଇଥିଲେ, ଯାହା ଆଉ କେହି କରିପାରିନଥିଲେ, ଯାହାକିଛି ମୁଁ କେବେବି କରିବାକୁ ଚାହିଁନଥିଲି |

ମୁଁ କେବେବି ଭାବିନଥିଲି ବାଇବଲରେ ସତ୍ୟତା ମିଳିବ ବୋଲି, କାରଣ ସର୍ବତ୍ର ତାହାର ବହୁଳତା ଥିଲା|  ମୁଁ ଅନୁଭବ କଲି ଯେ, ସାଧାରଣ ଲୋକ ଯାହାବି କିଛି କରୁଛନ୍ତି, ତାହାକୁ ଚାଲାକି କୁହାଯାଇପାରିବ ନାହିଁ, କାରଣ ମୋ ନଜରରେ ସବୁ ଲୋକ ମୁର୍ଖ ଥିଲେ |  ମୁଁ ଶେଷରେ ବାଇବଲ ପଢ଼ିବା ଆରମ୍ଭ କଲି ଓ ସେଥିରେ ପରିତ୍ରାଣର ଯୋଜନା ସହ ଅନନ୍ତ ଜୀବନ ପାଇଁ ନିର୍ଦ୍ଦେଶ ପାଇଲି, ଯାହା ଖ୍ରୀଷ୍ଟଙ୍କଠାରେ କିପରି ବଢ଼ିବ ଓ ଆତ୍ମିକ ଭାବେ, ତାଙ୍କ ପାଇଁ କିପରି ପ୍ରମୁଖ ଆତ୍ମା ବିଜେତା ହେବ, କହୁଥିଲା | ୨୦

ଯେତେବେଳେ ମୁଁ ପ୍ରଥମେ ବାଇବଲ ପଢ଼ିବା ଆରମ୍ଭ କଲି, ବେଭେରୀ ହିଲ୍ସ ଅଫିସରେ ଅନୁଭବ କରିଥିବା ପରି ସଦାପ୍ରଭୁଙ୍କ ଚାପର ସମାନ ଶକ୍ତି ଅନୁଭବ କଲି |   ତା’ପରେ ସଦାପ୍ରଭୁ ମୋତେ, ସ୍ୱର୍ଗ ଓ ନର୍କର ଅନ୍ୟ ଦର୍ଶନ କରାଇଲେ | ୨୧ ମୁଁ ସଦାପ୍ରଭୁଙ୍କୁ ଚିତ୍କାର କରି କହିଲି, “ହେ ପ୍ରଭୁ, ମୋତେ ନର୍କକୁ ପଠାନ୍ତୁ ନାହିଁ!” ତା’ପରେ ମୁଁ ସ୍ୱର୍ଗ ଦେଖିଲି ଓ ସ୍ୱର୍ଗର ଶାନ୍ତି ଅନୁଭବ କଲି|୨୨ ଯଦିଓ ମୁଁ ଆତ୍ମିକ ସ୍ତରରେ ଅନ୍ଧ, ନଗ୍ନ ଓ ‍କ୍ଷୁଦ୍ର ଥିଲି, ମୁଁ ସଦାପ୍ରଭୁଙ୍କୁ କହିଲି, ଯଦି ମୁଁ ଚିରଦିନ ପାଇଁ ଏହି ସ୍ୱର୍ଗୀୟ ଶାନ୍ତିର ଅନୁଭବ କରିବାର ସୌଭାଗ୍ୟ ପ୍ରାପ୍ତ କରିପାରେ, ତେବେ ମୁଁ ସେହିପରି ଅନ୍ଧ, ନଗ୍ନ ଓ ନଗଣ୍ୟ ରହିବାକୁ ଇଚ୍ଛା କରିବି |  ମୁଁ ଆଉଥରେ ନର୍କ ଦେଖିଲି ଏବଂ ‍କ୍ଷମା ଓ ଦୟା ପାଇଁ ପୁଣି ସଦାପ୍ରଭୁଙ୍କୁ ଚିତ୍କାର କରି କହିଲି |  ତହିଁ ଉତ୍ତାରେ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ଶକ୍ତି ମୋ ନଶ୍ୱର ଶରୀରରେ ପ୍ରବେଶ କଲା |୨୩ ଯୀଶୁଙ୍କଠାରେ ମୋର ପ୍ରତ୍ୟୟ ଏବଂ ମୋ ପାଇଁ ସେ ଦେଇଥିବା ରକ୍ତ ଦ୍ୱାରା ତଥା ଈଶ୍ୱରଙ୍କ ବାକ୍ୟରେ ମୋର ବିଶ୍ୱାସ ଦ୍ୱାରା, ଯାହା ମୁଁ ଶୁଣିଥିଲି ଓ ପାଳନ କରିଥିଲି,୨୪ ମୁଁ କରିଥିବା ପ୍ରତ୍ୟେକ ପାପ ମୋ ହୃଦୟରୁ ଚାଲିଯିବାର ମୁଁ ଅନୁଭବ କଲି |୨୫ ମୁଁ ସ୍ୱଚ୍ଛ ଓ ପବିତ୍ର ଅନୁଭବ କଲି |୨୬ କିଛି ବହୁତ ଭଲ ମୋ ସହିତ ଘଟିଥିଲା ଏବଂ ତାହା ଯୀଶୁ ଖ୍ରୀଷ୍ଟ, “ଇସ୍ରାଏଲର ପବିତ୍ର ଆତ୍ମା”ଙ୍କ୨୭ ଦ୍ୱାରା ମୋ ପାଇଁ କରାଯାଇଥିଲା| ପାପରୁ ମୁକ୍ତ ହୋଇ ଓ ଏହି ନୂତନ ଶକ୍ତି ପ୍ରାପ୍ତ କରି, ଯାହା ମୋତେ ପାପ କରିବାରୁ ଦୂରେଇ ରଖୁଥିଲା, ମୁଁ ଏତେ ଆନନ୍ଦ ଅନୁଭବ କଲି ଯେ, ସମଗ୍ର ବିଶ୍ୱକୁ ଏହି କଥା କହିବାକୁ ଚାହିଁଲି, ଯେଉଁଥିରୁ ସେମାନେ ମଧ୍ୟ ତାଙ୍କୁ (ସଦାପ୍ରଭୁଙ୍କୁ) ଜାଣିପାରିବେ ଓ ଅନନ୍ତ ଜୀବନ ପ୍ରାପ୍ତ କରିପାରିବେ |

୧୯୬୪ ମସିହାରୁ ଖ୍ରୀଷ୍ଟଙ୍କ ସେବାରେ ରହିବା ପରେ ମଧ୍ୟ, ପ୍ରତ୍ୟେକ ଥର ଯେତେବେଳେ ମୁଁ ବାଇବଲ ପଢ଼େ, ଦିନେ ଅତ୍ୟନ୍ତ ଶୁଷ୍କ ଥିବା ଏହି ଅସ୍ଥିଗୁଡ଼ିକକୁ ସ୍ୱର୍ଗରୁ ଆତ୍ମିକ ସାର (ମଜ୍ଜା) ଝରୁଥିବାର ମୁଁ ଅନୁଭବ କରେ |  ଈଶ୍ୱରଙ୍କ ବାକ୍ୟ, ଦିନେ ଶୁଷ୍କ ଥିବା ଏହିସବୁ ଅସ୍ଥି ଚାରିପଟେ ଆତ୍ମିକ ମାଂସପେଶୀ ‍ସ୍ଥାପନ କରି ଆତ୍ମିକ କବଚ ସ୍ୱରୂପ ମାଂସ ଓ ଚର୍ମ ସହିତ ଆଚ୍ଛାଦିତ କରିଥିଲା |  ସଦାପ୍ରଭୁଙ୍କ ପ୍ରତ୍ୟେକ ବାକ୍ୟ, ଖ୍ରୀଷ୍ଟଙ୍କୁ ମୋ ହୃଦୟରେ ଅଧିକରୁ ଅଧିକ ରୋପିତ କରିଥିଲା |  ପବିତ୍ର ଆତ୍ମାଙ୍କ ଶ୍ୱାସକୁ ମୋ ହୃଦୟରେ ସ୍ପନ୍ଦିତ ହେଉଥିବାର ଏବେ ସୁଦ୍ଧା ମୁଁ ଅନୁଭବ କରୁଛି, ଯାହା ସେହି ଅଗ୍ନିବାଣଗୁଡ଼ିକର ସମ୍ମୁଖୀନ ହେବାକୁ ମୋତେ ଶକ୍ତି ଦେଉଥିଲା, ଯାହା ଏତେ ବର୍ଷ ପର୍ଯ୍ୟନ୍ତ ଶୟତାନ (ସଇତାନ) ମୋ ଉପରେ ଚଲାଉଥିଲା |  ମୁଁ ଏହା ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଜାଣିପାରେ ଯେ, ଯୀଶୁ ଖ୍ରୀଷ୍ଟଙ୍କଠାରେ “ଆମ୍ଭେମାନେ ସର୍ବୋତଭାବେ ବିଜୟୀ ଅଟୁ |”୨୮ ଏବଂ ଆମେ “ପ୍ରଭୁଙ୍କଠାରେ ପୂର୍ଣ୍ଣତା ପ୍ରାପ୍ତ କରିଅଛୁ” |୨୯ ମୁଁ ଏହା ମଧ୍ୟ ଜାଣେ ଯେ, ଯୀଶୁଙ୍କର ପ୍ରତ୍ୟେକ ବାକ୍ୟ ପାଳନ କରିବା କେତେ ମହତ୍ୱପୂର୍ଣ୍ଣ, ଯିଏ ସ୍ୱର୍ଗାରୋହଣର କିଛି ସମୟ ପୂର୍ବରୁ କହିଥିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର |”୩୦ (ସମସ୍ତ ଆତ୍ମିକ ଭାବେ ମୃତତୁଲ୍ୟ ଶୁଷ୍କ ଅସ୍ଥିମାନଙ୍କୁ କୁହ, ଯେଉଁଥିରୁ ସେମାନେ “ପ୍ରଭୁଙ୍କ ବାକ୍ୟ ଶୁଣିପାରିବେ |”୩୧)

“ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ |”୩୨

ଯଦି ତୁମ୍ଭେମାନେ ମୋ ପରି ଓ ଦଣ୍ଡାଜ୍ଞା ବଦଳରେ ପରିତ୍ରାଣ ପାଇବାକୁ ଚାହଁ, ତେବେ ଏହି ପ୍ରାର୍ଥନା କର:

ହେ ପରମେଶ୍ୱର ହେ ମୋ ଈଶ୍ୱର, ଏହି ଅଧର୍ମୀ ଉପରେ ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ଦୟାକର |୩୩ ମୁଁ ବିଶ୍ୱାସ କରେ ଯେ, ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଜୀବନ୍ତ ଈଶ୍ୱରଙ୍କ ପୁତ୍ର|୩୪ ମୁଁ ବିଶ୍ୱାସ କରେ ଯେ, ସେ କ୍ରୁଶବିଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ, ତାଙ୍କର ଅମୂଲ୍ୟ ରକ୍ତ ମୋହର ସମସ୍ତ ପୂର୍ବ ପାପଗୁଡ଼ିକର ‍କ୍ଷମା ପାଇଁ ଅଟେ |୩୫ ମୁଁ ବିଶ୍ୱାସ କରେ ଯେ, ଈଶ୍ୱର, ପବିତ୍ର ଆତ୍ମାଙ୍କ ଶକ୍ତି ବଳରେ ଯୀଶୁଙ୍କୁ ମୃତ୍ୟୁରୁ ଉତ୍ଥିତ କଲେ,୩୬ ଓ ଏହିକି ଯେ, ସେ ଈଶ୍ୱରଙ୍କ ଦକ୍ଷିଣ ପଟେ ଉପବିଷ୍ଟ କରନ୍ତି, ଯିଏ ଏହି ସମୟରେ ମୋ ପାପର ସ୍ୱୀକୋରୋକ୍ତି ଓ ଏହି ପ୍ରାର୍ଥନା ଶୁଣୁଛନ୍ତି |୩୭ ହେ ପ୍ରଭୁ ଯୀଶୁ, ମୁଁ ହୃଦୟର ଦ୍ୱାର ଖୋଲି, ସେଥିମଧ୍ୟକୁ ଆପଣଙ୍କୁ ନିମନ୍ତ୍ରଣ କରୁଛି|୩୮ ମୋର ସମସ୍ତ ପାପାକୁ ସେହି ଅମୂଲ୍ୟ ରକ୍ତରେ ଧୋଇଦିଅନ୍ତୁ ଯାହାକୁ ଆପଣ କାଲଭରୀ କ୍ରୁଶ ଉପରେ ମୋ ‍ସ୍ଥାନରେ ବୁହାଇଥିଲେ |୩୯ ହେ ପ୍ରଭୁ ଯୀଶୁ ମୁଁ ଜାଣିଛି ଯେ, ଆପଣ ମୋତେ ନିରାଶ କରିବେ ନାହିଁ; ଆପଣ ମୋର ପାପଗୁଡ଼ିକୁ ‍କ୍ଷମା କରିବେ ଓ ମୋ ଆତ୍ମାକୁ ଉଦ୍ଧାର କରିବେ | ମୁଁ ଏହା ଜାଣିଛି, କାରଣ ଆପଣଙ୍କ ଶବ୍ଦ, ବାଇବଲ ଏହିପରି କୁହେ |୪୦ ଆପଣଙ୍କ ଶବ୍ଦ କୁହେ ଯେ, ଆପଣ କାହାକୁ ନିରାଶ କରନ୍ତି ନାହିଁ, ଆଉ ସେଥିରେ ମୁଁ ବି ଅଛି |୪୧ ସେଥିପାଇଁ, ମୁଁ ଜାଣିଛି ଯେ, ଆପଣ ମୋତେ ଶୁଣିଛନ୍ତି ଓ ମୁଁ ଏହା ମଧ୍ୟ ଜାଣେକି ଆପଣ ମୋତେ ଉତ୍ତର ଦେଇଛନ୍ତି ଓ ମୁଁ ଏହା ମଧ୍ୟ ଜାଣିଛି ଯେ, ଆପଣ ମୋତେ ଉଦ୍ଧାର କରିଛନ୍ତି |୪୨ ହେ ପ୍ରଭୁ ଯୀଶୁ, ମୁଁ ଆପଣଙ୍କୁ, ମୋ ଆତ୍ମାକୁ ଉଦ୍ଧାର କରିଥିବାରୁ ଧନ୍ୟବାଦ ଦେଉଛି ଏବଂ ଆପଣଙ୍କ ଆଦେଶ ପାଳନ କରି ଓ ଆଉ କେବେବି ପାପ ନକରି ମୁଁ ଆପଣଙ୍କୁ ମୋର କୃତଜ୍ଞତା ଜଣାଇବି |୪୩

ପରିତ୍ରାଣ ପରେ, ପିତାଙ୍କ ନାମରେ ଓ ପୁତ୍ରଙ୍କ ନାମରେ ଓ ପବିତ୍ର ଆତ୍ମାଙ୍କ ନାମରେ ଜଳରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିକରି ବାପ୍ତିଜିତ ହେବାକୁ ଯୀଶୁ କହିଲେ |୪୪ କଠିନ ପରିଶ୍ରମ କରି KJV ବାଇବଲ ପଢ଼ ଓ ତାହା ଯାହା କହେ, ତାହା କର |୪୫
ନିଜ ପରିତ୍ରାଣ ବିଷୟରେ ଅନ୍ୟମାନଙ୍କୁ ଆପଣ କୁହନ୍ତୁ ବୋଲି ପରମେଶ୍ୱର ଚାହାଁନ୍ତି |  ପାଷ୍ଟର୍ ଟୋନୀ ଆଲାମୋଙ୍କ ସୁସମାଚାର ସାହିତ୍ୟର ଆପଣ ଜଣେ ବିତରକ ହୋଇପାରିବେ |  ଆମେ ମାଗଣାରେ ଆପଣମାନଙ୍କୁ ସାହିତ୍ୟ ପୁସ୍ତିକା ପଠାଇବୁ |  ଅଧିକ ସୂଚନା ପାଇଁ ଆମକୁ କଲ୍ କରନ୍ତୁ କିମ୍ୱା ଇମେଲ୍ କରନ୍ତୁ |  ଅନ୍ୟ ଯେକୌଣସି ବ୍ୟକ୍ତିକୁ ଏହି ବାର୍ତ୍ତା ବିଷୟରେ କୁହନ୍ତୁ |

ପ୍ରଭୁ ଯୀଶୁଙ୍କ ଆଜ୍ଞାନୁସାରେ, ଯଦି ଆପଣ ଚାହାଁନ୍ତି କି ଏହି ସଂସାରର ଉଦ୍ଧାର ହେଉ, ତେବେ ଈଶ୍ୱରଙ୍କ ଦଶମାଂଶ ଓ ନୈବେଦ୍ୟକୁ ଚୋରି କରନ୍ତୁ ନାହିଁ |  ପ୍ରଭୁ କୁହନ୍ତି, “ମନୁଷ୍ୟ କି ପରମେଶ୍ୱରଙ୍କ ଦ୍ରବ୍ୟ ଚୋରି କରିବ?” ତଥାପି ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଚୋରୀ କରୁଅଛ |  ମାତ୍ର ତୁମ୍ଭେମାନେ କହୁଅଛ, ଆମେମାନେ କିରୂପେ ତୁମ୍ଭର ଦ୍ରବ୍ୟ ଚୋରି କରିଅଛୁ? ଦଶମାଂଶରେ ଓ ନୈବେଦ୍ୟରେ | ତୁମ୍ଭେମାନେ ଅଭିଶାପରେ ଶାପଗ୍ରସ୍ତ ହୋଇଅଛ; କାରଣ ତୁମ୍ଭେମାନେ, ହଁ, ଏହିସବୁ ଗୋଷ୍ଠୀ [ଓ ଏହି ସମସ୍ତ ସଂସାର] ଆମ୍ଭର ଦ୍ରବ୍ୟ ଦ୍ରବ୍ୟ ଚୋରି କରୁଅଛ |  ଆମ୍ଭର ଗୃହରେ [ଉଦ୍ଧାରପ୍ରାପ୍ତ ଆତ୍ମା] ଯେପରି ଖାଦ୍ୟ ରହିବ [ଆତ୍ମିକ ଖାଦ୍ୟ], ଏଥିପାଇଁ ତୁମ୍ଭେମାନେ ଆମ୍ଭର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦଶମାଂଶ [ଏକ ଦଶମାଂଶ ହେଉଛି ଆପଣଙ୍କର ଆୟର ୧୦%], ଆଉ ଆମ୍ଭର ଆକାଶସ୍ଥ ଦ୍ୱାର ସବୁ ମୁକ୍ତ କରି ରଖିବା ପାଇଁ ‍ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ଆଶିର୍ବାଦ ରୂପ ବୃଷ୍ଟି ବର୍ଷାଇବା କି ନାହିଁ , ଏତଦ୍ ବିଷୟରେ ଏବେ ଆମ୍ଭର ପରୀକ୍ଷା ନିଅ |  ପୁଣି, ଆମ୍ଭେ ତୁମ୍ଭ ସକାଶୁ ଗ୍ରାସକାରୀକି ଧମକାଇବା, ତହିଁରେ ସେ ତୁମ୍ଭମାନଙ୍କର ଭୂମିର ଫଳ ନଷ୍ଟ କରିବ ନାହିଁ, କିଅବା ‍କ୍ଷେତ୍ରରେ ତୁମ୍ଭମାନଙ୍କର ଦ୍ରାକ୍ଷାଲତାର ଫଳ ଅକାଳରେ ଝଡ଼ିବ ନାହିଁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି |  ଯାବତୀୟ ଗୋଷ୍ଠୀ ତୁମ୍ଭମାନଙ୍କୁ ସୁଖୀ କହିବେ, କାରଣ ତୁମ୍ଭେମାନେ ଏକ ମନୋହର ଦେଶ ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି” (ମଲାଖି ୩:୮-୧୨)


Oryia Alamo Literature

ଆଗ୍ରହର ବିଷୟ ଉପରେ ସାହିତ୍ୟ ପାଇଁ କିମ୍ୱା ଅଧିକ ସୂଚନା ପାଇଁ ଦୟାକରି ଆମକୁ ଯୋଗାଯୋଗ କରନ୍ତୁ
ଟୋନୀ ଆଲାମୋ, ବିଶ୍ୱ ପାଷ୍ଟର, ଟୋନୀ ଆଲାମୋ ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନ ଗୀର୍ଜା
ପୋଷ୍ଟ  ବକ୍ସ ୨୯୪୮, ହଲିଉଡ୍, କାଲିଫର୍ନିଆ ୯୦୦୭୮
ଚବିଶ ଘଣ୍ଟିଆ ପ୍ରାର୍ଥନା ଓ ସୂଚନା ଲାଇନ୍ :  (୬୬୧) ୨୫୨-୫୬୮୬ . ଫ୍ୟାକ୍ସ (୬୬୧) ୨୫୨-୪୩୬୨
www.alamoministries.com 
ବିଶ୍ୱବ୍ୟାପୀ ଟୋନୀ ଆଲାମୋ ଖ୍ରୀଷ୍ଟିଆନ ଗୀର୍ଜା ସଂଯୁକ୍ତ ରାଜ୍ୟରେ ସେହି ସମସ୍ତଙ୍କ ପାଇଁ ସାରା ଜୀବନ ନିମନ୍ତେ 
ଏପରି ସ୍ଥାନ ଓ ସମସ୍ତ ସୁବିଧା ପ୍ରଦାନ କରୁଛି, ଯେଉଁମାନେ ପ୍ରକୃତରେ ନିଜର ହୃଦୟ, ମନ ଓ ଶକ୍ତି 
ସହିତ ଈଶ୍ୱରଙ୍କ ସେବା କରିବାକୁ ଚାହାଁନ୍ତି |
ପ୍ରତ୍ୟେକ ମଙ୍ଗଳବାର ରାତି ୮ଟା ସମୟରେ ନ୍ୟୁୟର୍କ ସହରରେ ଓ ଅନ୍ୟ ସ୍ଥାନମାନଙ୍କରେ ରାତିରେ ଆରାଧନା ବିଧି କରାଯାଏ |
ଅଧିକ ସୂଚନା ପାଇଁ ଦୟାକରି (୯୦୮) ୯୩୭-୫୭୨୩କୁ କଲ୍ କରନ୍ତୁ  ପ୍ରତ୍ୟେକ ଆରାଧନା ପରେ ଖାଦ୍ୟ ପରିବେଷଣ କରାଯାଏ |
ପାଷ୍ଟର ଆଲାମୋଙ୍କ ପୁସ୍ତକ, ମସୀହା ପ୍ରାପ୍ତ କରିବା ପାଇଁ ଆମକୁ ସମ୍ପର୍କ କରନ୍ତୁ
ଏହି ପୁସ୍ତକରେ କୁହାଯାଇଛି ଯେ, ପୁରାତନ ନିୟମରେ ମସୀହାଙ୍କ ଦ୍ୱାରା କରାଯାଇଥିବା ୩୩୩ରୁ ଅଧିକ ଭବିଷ୍ୟବାଣୀକୁ ଯୀଶୁ କିପରି ପୂରଣ କରିଛନ୍ତି |
ପାଷ୍ଟର ଆଲାମୋଙ୍କର ସାହିତ୍ୟର ବିତରକ ହୋଇ ଆତ୍ମାଗୁଡ଼ିକର ଉଦ୍ଧାରରେ ନିଜ ଶ୍ରମଦାନ କରନ୍ତୁ | 
ପରିବହନ ସମେତ ଆମର ସମସ୍ତ ସାହିତ୍ୟ ଓ ଅଡ଼ିଓ ବାର୍ତ୍ତା ନିଃଶୁଳ୍କ ଅଟେ |
ସେଗୁଡ଼ିକ ପାଇଁ ଯଦି କେହି ଆପଣଙ୍କଠାରୁ ମୂଲ୍ୟ ଆଦାୟ କରିବାକୁ ଚେଷ୍ଟା କରେ, ତେବେ ଦୟାକରି (୬୬୧) ୨୫୨-୫୬୮୬କୁ କଲ୍ କରି ଆମକୁ ଜଣାନ୍ତୁ |
ଏହି ସାହିତ୍ୟ, ପରିତ୍ରାଣର ପ୍ରକୃତ ଯୋଜନା (ପ୍ରେରିତ ୪:୧୨) ବହନ କରେ |
ଏହାକୁ ଫୋପାଡ଼ନ୍ତୁ ନାହିଁ, ବରଂ ଅନ୍ୟ କାହାକୁ ଦେଇଦିଅନ୍ତୁ |
ଯଦି ଆପଣ ଅନ୍ୟ ଦେଶରେ ରୁହନ୍ତି, ତେବେ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁକି, ଏହି ସାହିତ୍ୟକୁ ଆପଣ
ନିଜ ମାତୃଭାଷାରେ ଅନୁବାଦ କରନ୍ତୁ |  ଯଦି ଆପଣ ଏହାକୁ ପୁନଃମୁଦ୍ରିତ କରିବାକୁ ଚାହାଁନ୍ତି, ତେବେ ଦୟାକରି ଏହି ସ୍ୱତ୍ତ୍ୱାଧିକାର ଓ ପଞ୍ଜିକରଣକୁ ଅନ୍ତର୍ଭୁକ୍ତ କରନ୍ତୁ:
© ସ୍ୱତ୍ତ୍ୱାଧିକାର ନଭେମ୍ୱର ୧୯୯୫, ୨୦୧୨, ୨୦୧୩, ୨୦୧୪ ସର୍ବସ୍ୱତ୍ତ୍ୱ ସଂରକ୍ଷିତ ବିଶ୍ୱ ପାଷ୍ଟର ଟୋନୀ ଆଲାମୋ  
® ପଞ୍ଜିକୃତ ନଭେମ୍ୱର ୧୯୯୫, ୨୦୧୨, ୨୦୧୩, ୨୦୧୪


ଯିହି. ୩୬:୧, ୪ ଯିହି.  ୩୭:୩ ମୂଳ. ଏବ୍ରୀ.    ୩ ଯିହି.  ୩୭:୪-୫ ମୂଳ.  ଆରାମାଇକ ୪ ଯିହି.  ୩୭:୧୧ ୫ ଆଦି.  ୧୭:୪-୧୬, ୨୨:୧୮, ୨୬:୪, ୪୬:୩, ୪୮:୧୯, ୪୯:୧୦, ଯାତ୍ରା.  ୧୯:୬, ୩୨:୧୦ ଗୀତ.  ୨୨:୨୭, ଯିଶା.  ୨:୨, ଯୋହ. ୧୧:୫୧-୫୨, ପ୍ରେରିତ. ୧୦:୩୪-୩୫, ଏଫି. ୧:୧୦, ଏବ୍ରୀ.  ୮:୮-୧୨, ୧ ପିତ. ୨:୯-୧୦, ପ୍ର.ବା. ୫:୯, ୧୪:୬ ଓ ଆହୁରି ଅନେକ ୬ ଯୋହନ ୧୫:୧ ରୋମୀ.  ୧୧:୧୭, ୧୯, ୨୩, ୨୪, ପ୍ର.ବା. ୭:୪ ୭ ୧ ପିତ.  ୨:୯ ୮ ରୋମୀ.  ୧୫:୧୨, ୧ କରି.  ୧୫:୧୫, ୧୬, କଲ. ୨:୧୨, ୩:୧, ୧ ଥେସ.  ୪:୧୬, ପ୍ର.ବା. ୨୦:୫-୬, ୯ ମାଥି.  ୧୩:୩୯, ଅଧ୍ୟା.  ୨୪, ୧ କରି.  ୧୫:୨୪, ଏବ୍ରୀ  ୯:୨୬, ୧ ପିତ.  ୪:୭   ୧୦ ଏଫି.  ୨:୧, ୫, କଲ. ୨:୧୩, ୧୧ ଯିହି.  ୩୭:୧ ୧୨ ଗଣ.  ୨୪:୧୬,  ୧ ଶାମୁ.  ୨:୩, ଆୟୁ. ୨୧:୨୨, ଗୀତ.  ୩୨:୮, ହିତୋ.  ୨:୬, ୩:୨୦, ୯:୧୦, ଲୂକ ୧:୭୭, ରମୀ.  ୧୧:୩୩, ୧କରି.  ୧:୨୫, ୨:୧୬, ୩:୧୯, ୨ କରି.  ୪:୬   ୧୩ ଗୀତ.  ୪୪:୨୧, ୯୪:୧୧, ଯିଶା.  ୪୬:୯-୧୦, ୧ କରି.  ୩:୨୦, ୧ ଯୋହ. ୩:୨୦, ପ୍ର.ବା. ୨୧:୬, ୨୨:୧୩ ୧୪ ଆଦି.  ୩୫:୫ ଲେବୀ.  ୨୬:୧୬, ଆୟୁ ୩୧:୨୩, ଯିରି.  ୩୨:୨୧, ଯିହି.  ୩୨:୩୨, ୨କରି.  ୫:୧୧ ୧୫ ଆଦି. ୧:୧, ମଲା.  ୩:୬, ପ୍ରେରି. ୪:୨୪, ୨ କରି.  ୫:୧୧, ଏବ୍ରୀ.  ୧୩:୮ ୧୬ ଗୀତ.  ୫:୧୧, ୩୫:୧୯, ଯିଶା.  ୫୧:୧୧, ୬୧:୧୦, ଯୋହ. ୧୬:୩୩, ପ୍ରେରି. ୨:୨୮, ୨୦:୨୪, ରୋମୀ.  ୧୨:୮, ୧୫:୧୩, ୨ କରି.  ୮:୧୨ ୧୭ ଆଦି.  ୨୨:୧୨, ଗୀତ.  ୧୧୨:୧, ହିତୋ.  ୧୩:୧୩, ୧୪:୧୬, ୨୮:୧୪, ୩୧:୩୦, ଉପ.  ୭:୧୮ ୧୮ ହିତୋ.  ୮:୩୬, ଯିହି.  ୧୮:୨, ୪, ପ୍ର.ବା. ୧୯:୨୦, ୨୦:୧୦, ୧୪, ୧୫, ୨୧:୮ ୧୯ ଆଦି.  ୨:୧୭, ୬:୭, ୯, ୧୩, ଯାତ୍ରା.  ୨୦:୫, ୩୨:୩୩, ୩୪:୭, ଯିହି.  ୩:୧୮, ୧୮:୨୦, ମାଥି.  ୮:୧୨, ୨୨:୧୩, ମାର୍କ. ୧୬:୧୬, ପ୍ର.ବା. ୨:୫, ୧୬, ୨୨-୨୩, ୩:୩, ୨୦:୧୫ ୨୦ ଯୋହ. ୪:୩୫-୩୬, ୧୫:୫, ୮, ୧୫-୧୬, ପ୍ର.ବା. ୧୪:୧୮ ୨୧ ଯିଶା.  ୫:୧୪, ୧୪:୯, ଲୂକ ୧୬:୨୨-୩୧, ପ୍ରେରି ୭:୫୫-୫୬, ପ୍ର.ବା. ୪:୧-୧୧, ୧୪:୧୦-୧୧, ୧୫:୧-୪, ୨୦:୧୦, ୨୧:୨-୫, ୧୦-୨୭, ୨୨:୧-୫ ୨୨ ରୋମୀ.  ୫:୧, ଏଫୀ.  ୨:୧୪, ଫିଲି.  ୪:୭, କଲ. ୩:୧୫, ୧ ଥେସ.  ୫:୨୩, ୨ ଥେସ.  ୩:୧୬ ୨୩ ଲେବୀ.  ୨୬:୧୧-୧୨, ଯୋହ. ୧୪:୧୬, ୨ କରି.  ୬:୧୬, ୧ ପିତ.  ୨:୫, ୧ ଯୋହ ୩:୨୪ ୨୪ ହବକ୍.  ୨:୪, ମାଥି.  ୧୭:୨୦, ଲୂକ ୭:୫୦, ପ୍ରେରି. ୨୦:୨୧, ୨୬:୧୮, ରୋମୀ.  ୧:୧୭, ୩:୨୮, ୫:୨, ୧୦:୧୭, ୧୧:୨୦, ଗାଲା. ୨:୧୬, ୩:୧୧, ଏଫି.  ୨:୮, ୩:୧୭, ଏବ୍ରୀ.  ୧୦:୩୮ ୨୫ ମାର୍କ ୧୪:୨୪, ଯୋହ. ୬:୫୩, ପ୍ରେରି. ୨୦:୨୮, ରୋମୀ.  ୩:୨୫, ୫:୯, ଏଫି.  ୧:୭, ୨:୧୩, କଲ. ୧:୧୪, ୨୦, ଏବ୍ରୀ.  ୯:୧୨, ୧୪, ୨୨, ୧ ପିତ.  ୧:୧୮-୧୯, ପ୍ର. ବା. ୧:୫, ୫:୯, ୨୬ ଏବ୍ରୀ.  ୧୦:୧୯-୨୨, ୧ ଯୋହ. ୧:୧୭, ପ୍ର.ବା. ୧:୫, ୭:୧୪ ୨୭ ଗୀତ. ୮୯:୧୮, ପ୍ରେରି. ୩:୧୩-୧୪  ୨୮ ରୋମୀ.  ୮:୩୭, ୧ ଯୋହ. ୪:୩-୪ ୨୯ କଲ. ୨:୧୦ ୩୦ ମାର୍କ ୧୬:୧୫, ଲୂକ ୧୪:୨୩ ୩୧ ରାଜା. ୨୦:୧୬, ଯିଶା.  ୧:୧୦, ଯିରି.  ୨:୪, ଯିହି. 2:4, ଯିହି. ୩୭:୪ 37:4   ୩୨ ମାର୍କ ୧୬:୧୬, ୨ ଥେସ.  ୨:୧୨ ୩୩ ଗୀତ.  ୫୧:୫, ରୋମୀ.  ୩:୧୦-୧୨, ୨୩, ୩୪ ମାଥି.  ୨୬:୬୩-୬୪, ୨୭:୫୪, ଲୂକ ୧:୩୦-୩୩, ଯୋହ. ୯:୩୫-୩୭, ରୋମୀ.  ୧:୩-୪, ୩୫ ପ୍ରରି. ୪:୧୨, ୨୦:୨୮, ରୋମୀ.  ୩:୨୫, ୧ ଯୋହ. ୧:୧୭, ପ୍ର. ବା. ୫:୯    ୩୬ ଗୀତ.  ୧୬:୯-୧୦, ମାଥି.  ୨୮:୫-୭, ମାର୍କ ୧୬:୯, ୧୨, ୧୪, ଯୋହ. ୨:୧୯, ୨୧, ୧୦:୧୭-୧୮, ୧୧:୨୫, ପ୍ରେରି. ୨:୨୪, ୩:୧୫, ରୋମୀ.  ୮:୧୧, ୧ କରି.  ୧୫:୩-୭, ୩୭ ଲୂକ ୨୨:୬୯, ପ୍ରେରି. ୨:୨୫-୩୬, ଏବ୍ରୀ.  ୧୦:୧୨-୧୩ ୩୮ ୧ କରି.  ୩:୧୬, ପ୍ର.ବା. ୩:୨୦    ୩୯ ଏଫି.  ୨:୧୩-୨୨, ଏବ୍ରୀ.  ୯:୨୨, ୧୩:୧୨, ୨୦-୨୧, ୧ ଯୋହ ୧:୭, ପ୍ର.ବା. ୧:୫, ୭:୧୪, ୪୦ ମାଥି.  ୨୬:୨୮, ପ୍ରରି. ୨:୨୧, ୪:୧୨, ଏଫି.  ୧:୭, କଲ. ୧:୧୪, ୪୧ ମାଥି.  ୨୧:୨୨, ଯୋହ ୬:୩୫, ୩୭-୪୦, ରୋମୀ.  ୧୦:୧୩ ୪୨ ଏବ୍ରୀ.  ୧୧:୬ ୪୩ ଯୋହ. ୫:୧୪, ୮:୧୧, ରୋମୀ.  ୬:୪, ୧ କରି.  ୧୫:୧୦, ପ୍ର.ବା. ୭:୧୪, ୨୨:୧୪ ୪୪ ମାଥି.  ୨*:୧୮-୨୦, ଯୋହ ୩:୫, ପ୍ରେରି. ୨:୩୮, ୧୯:୩-୫ ୪୫ ଦ୍ୱି.ବି.  ୪:୨୯, ୧୩:୪, ୨୬:୧୬, ଯିହୋ.  ୧:୮, ୨୨:୫, ୨ ତୀମଥି.  ୨:୧୫, ୩:୧୪-୧୭, ଯାକୁ. ୧:୨୨-୨୫, ପ୍ର.ବା. ୩:୧୮